train tragedy

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୧୪

ଭୁବନେଶ୍ବର (ଏଏନଏସ): ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ୧୪କୁ  ଛୁଇଁଲାଣି। ଏନେଇ ଆନ୍ଧ୍ର ପ୍ରଦେଶ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୩ଟା ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ।

ଅନ୍ୟପଟେ ଦୁର୍ଘଟଣା ସ୍ଥଳକୁ ଯିବା ପାଇଁ ଆଜି ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ କହିଛନ୍ତି। ମନ୍ତ୍ରୀଙ୍କ ସହିତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।