You are currently viewing ଆସନ୍ତା ୬ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, CMO ପକ୍ଷରୁ ଟୁଇଟ୍

ଆସନ୍ତା ୬ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, CMO ପକ୍ଷରୁ ଟୁଇଟ୍

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ। ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର ଦିନକୁ ଦୁଇ ଥର ଏହି ସେବା ଜାରି ରହିବ। ଏନେଇ CMO ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

 

ଭୁବନେଶ୍ବର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରି ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ ଏହି ବିମାନ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ। ଗତବର୍ଷ ଏହି ଦୁଇ ସହର ମଧ୍ୟରେ ପ୍ରଥମ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଦ୍ବିତୀୟ ବିମାନ ସେବା ବାୟୁ ସଂଯୋଗକୁ ଆହୁରି ସୁଦୃଢ କରିବ। ଏହାସହ ଲୋକଙ୍କ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଆଣିବ ବୋଲି CMO ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।