You are currently viewing ଭୁବନେଶ୍ବରରୁ ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆରମ୍ଭ

ଭୁବନେଶ୍ବରରୁ ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର (ଏଏନଏସ): ଆଜି ସକାଳେ ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଆଉ ଏକ ବିମାନ ଉଡାଣ ଆରମ୍ଭ ହୋଇଛି। ତେବେ ଏହି ବିମାନ ସେବା ୱାନ ଇଣ୍ଡିଆ ଏୟାର କଂପାନୀ ତରଫରୁ ଆରମ୍ଭ କରାଯାଇଛି। ଏହି ବିମାନ ଆଜି ସକାଳ ୭ ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଛି। ସେହିପରି ଜୟପୁରରୁ ଆଜି ସକାଳ ୯ଟାରେ ଛାଡି ୧୦ଟା ୩୫ରେ ଭୁବେନଶ୍ବରରେ ପହଞ୍ଚିଛି। 

 ସପ୍ତାହରେ ଦୁଇଦିନ ସୋମବାର ଏବଂ ଶୁକ୍ରବାରରେ ଏହି ବିମାନ ଉଡାଣ କରିବ ବୋଲି ଜଣାପଡିଛି। ତେବେ ଏହି ବିମାନ ପାଇଁ କଂପାନୀ ଯାତ୍ରୀମାନଙ୍କୁ ଏକ ଅଫର ପ୍ରଦାନ କରିଛି। ଭୁବନେଶ୍ବରରୁ ଜୟପୁରକୁ ମାତ୍ର ୨୯୯୯ ଟଙ୍କାରେ ଯିବା ପାଇଁ ଏହି ଅଫର କଂପାନୀ ଦେଉଛି। ତେବେ ଏହା କେବଳ ଏହି ନଭେମ୍ବର ମାସ ପାଇଁ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।