You are currently viewing ନଦୀରେ ବୁଡିଗଲେ ଦୁଇ ଶିଶୁ : ନୟାଗଡ଼ ବାଉଁଶିଆପଡ଼ା ଗାଁର ଘଟଣା

ନଦୀରେ ବୁଡିଗଲେ ଦୁଇ ଶିଶୁ : ନୟାଗଡ଼ ବାଉଁଶିଆପଡ଼ା ଗାଁର ଘଟଣା

ଏଏନଏସ : ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଅଘଟଣ । ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। କୁସୁମା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାଇ ଭଉଣୀ ବୁଡିଯାଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲା ।
ସୂଚନା ଅନୁଯାୟୀ, ମୃତ ଦୁଇ ଶିଶୁ ହେଉଛନ୍ତି ସ୍ଥାନୀୟ ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷୀୟ ପୁଅ ସାଇ ସେଠୀ ଓ ୧୨ ବର୍ଷୀୟ ଝିଅ କାଜଲ ସେଠୀ । ତେବେ କୁସୁମା ନଦୀର ବନ୍ଧ ଜରିଆରେ ଜମା ହୋଇଥିବା ପାଣିରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବାର ଜଣାପଡିଛି। ଉଭୟ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।