ନୂଆଦିଲ୍ଲୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ମୂତାବକ ୨୦୧୯ ଓ ୨୦୨୦ ବର୍ଷରେ ୨ହଜାର ଟଙ୍କିଆ ନୋଟ୍ ବିଲକୁଲ୍ ଭି ଛପାଯାଇନି । କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ଗତ କିଛି ବର୍ଷରେ ୨ହଜାର ଟଙ୍କିଆ ନୋଟ ପ୍ରଚଳନ ମଧ୍ୟ କମିଛି । ଅନ୍ୟପଟେ ୫୦୦ ଓ ୨୦୦ ଟଙ୍କିଆ ନୋଟ ପ୍ରଚଳନ ବଢ଼ିବାରେ ଲାଗିଛି । ତା\’ଛଡ଼ା ୨୦୧୯ ଓ ୨୦ ବର୍ଷରେ ସରକାରଙ୍କ ତରଫରୁ କୌଣସି ଅର୍ଡ଼ର ମିଳିନାହିଁ ୨ହଜାର ଟଙ୍କିଆ ନୋଟ ଛପେଇବାକୁ ନେଇ ବୋଲି ସୂଚନା ଦେଇଛି ଆରବିଆଇ ।
ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ!
- Post published:August 25, 2020
- Post category:ବାଣିଜ୍ୟ
- Reading time:1 mins read