You are currently viewing ବିମାନରେ ମିଳିବ ୫ ଜି ସେବା

ବିମାନରେ ମିଳିବ ୫ ଜି ସେବା

ନୂଆଦିଲ୍ଲୀ(୧୭.୧୨.୨୨) : ଆମେ ସବୁବେଳେ ସ୍ମାଟ ଫୋନ ବ୍ୟବହାର କରିଥାଉ । ଏବଂ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାଉ । ଏହା ପରେ ମଧ୍ୟ ଯେତେବେଳେ ଲୋକମାନେ ବିମାନରେ ଯାତ୍ରା କରନ୍ତି ସେତେବେଳେ ଏହି ସେବା ବନ୍ଦ କରିବାକୁ କହି ଥାନ୍ତି ବା ନିଜ ଫୋନ ଅଫ୍ କରିବାକୁ କହିଥାନ୍ତି । ଯାହା ଫଳରେ ଲୋକମାନେ ଯାତ୍ରା କରିବା ସମୟରେ ବୋର ହୋଇଥାନ୍ତି । ଫଳରେ ଦୁନିଆର ସବୁ ବିମାନ କମ୍ପାନୀ ଯାତ୍ରା ବେଳେ ନିଜର ମୋବାଇଲକୁ ବନ୍ଦ ଅବା ଏରୋପ୍ଲେନ ମୋଡରେ ରଖିବାକୁ କହିଥାନ୍ତି । ଯେଉଁଥିପାଇଁ ପ୍ଲେନ ଉଡିବା ସମୟରେ ଅସୁବିଧା ନହେଉ । କାରଣ ମୋବାଇଲ ଫ୍ରିକ୍ୱେନ୍ସି ଯେପରି ବିମାନ ସିଷ୍ଟମରେ ଅସୁବିଧା ସୃଷ୍ଟି ନକରୁ । ହେଲେ ଏବେ ବିମାନରେ ବି ଆପଣ ମୋବାଇଲରେ ଇଣ୍ଟରନେଟର ମଜା ନେଇପାରିବେ । ୟୁରୋପରେ ଏୟାରଲାଇନ୍ସ କମ୍ପାନୀ ଯାତ୍ରୀଙ୍କୁ ବିମାନରେ ଇଣ୍ଟରନେଟ ସେବା ଯୋଗାଇବେ ବୋଲି ୟୁରୋପିୟାନ ପରିଷଦ ନିଷ୍ପତ୍ତି ନେଇଛି । ସେତିକି ନୁହେଁ ସବୁ ଯାତ୍ରୀଙ୍କୁ ବିମାନରେ ୫ଏର ସେବା ମିଳିବ ବୋଲି ଜଣାଯାଇଛି । ଏହି ସେବା ଆସନ୍ତା ୩୦ ଜୁନ ୨୦୨୩ ମଧ୍ୟରେ ମିଳିବ ବୋଲି ପରିଷଦ ନିଷ୍ପତ୍ତି ନେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।