ଖୁବଶୀଘ୍ର ଆପଲ୍‌ ଶୁଭାରମ୍ଭ କରିବ ବ୍ୟାଟେରୀ ଚାଳିତ କାର୍‌

ନୂଆଦିଲ୍ଲୀ, ଖବ୍‌ଶୀଘ୍ର ନାମିଦାମୀ କମ୍ପାନୀ ଆପଲ୍‌ ଶୁଭାରମ୍ଭ କରିବାକୁ ଯାଉଛି ବ୍ୟାଟେରୀ ଚାଳିତ କାର୍‌ । ଆଗରୁ ଏହି କମ୍ପାନୀ ଆଇଫୋନ, ୱାଚ୍‌, ଲାପ୍‌ଟପ୍‌ ଇତ୍ୟାଦି ସାମଗ୍ରୀ ଉତ୍ପାଦନ କରୁଥିବାବେଳେ,ଏବେ ବ୍ୟାଟେରୀ ଚାଳିତ କାର୍‌ ଉତ୍ପାଦନ ନିମନ୍ତେ ପ୍ରୟାସ ଆରମ୍ଭ କରିସାରିଛି । ଆପଲ୍ କମ୍ପାନୀର ଆଡଭାନ୍ସ ବ୍ୟାଟେରୀ ଟେକ୍ନୋଲୋଜୀରୁ ଏକ ପାସେଞ୍ଜର କାର ହେବ। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୬ ବର୍ଷ ପୂର୍ବରୁ ଆପଲ୍ କମ୍ପାନୀ ୨୦୧୪ରେ ପ୍ରୋଜେକ୍ଟ ଟାଇଟନ ନାମରେ ଅଟୋ ସେକ୍ଟରରେ ପ୍ରବେଶ କରିବା ଲକ୍ଷ୍ୟରେ କାମ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ କମ୍ପାନୀ କାରର ଡିଜାଇନ ନେଇ କାମ କରୁଥିଲା। ଏବେ କମ୍ପାନୀ କାରର ସଫ୍ଟେଓ୍ଵରକୁ ତିଆରି କରିବାରେ ଲାଗିଛି।

Leave A Reply

Your email address will not be published.