You are currently viewing କମିଲା ସୁନା-ରୂପା ଦର

କମିଲା ସୁନା-ରୂପା ଦର

ନୂଆଦିଲ୍ଲୀ, ସୁନା-ରୂପା ଦର ଆଜି ପୂର୍ବ ଦିନପେକ୍ଷା ହ୍ରାସ ପାଇଛି । ୧୪ ଜାନୁଆରୀ ୨୦୨୧ ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (ଏମସିଏକ୍ସ) ସୁନା ଦରରେ ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ସୁନା ଫ୍ୟୁଚର ବଜାରରେ ୪୩୫.୦୦ ଟଙ୍କା ହ୍ରାସ ପାଇ ୪୮,୮୭୦.୦୦ ଟଙ୍କାରେ ରହିଛି । ଏହା ବ୍ୟତୀତ ରୂପା ଫ୍ୟୁଚର ବଜାରରେ ୭୬୬.୦୦ ଟଙ୍କା ହ୍ରାସ ପାଇ ୬୫,୨୫୫.୦୦ ଟଙ୍କାରେ କାରବାର କରୁଛି ।

ତେବେ ବୁଧବାର ଦିନ ଏମସିଏକ୍ସ ଉପରେ ସୁନାଦର ୩୦୦ ଟଙ୍କାର ସାମାନ୍ୟ ହ୍ରାସ ହୋଇ ଫ୍ୟୁଚର ବଜାରରେ କାରବାର କରୁଥିବା ଦେଖାଯାଇଥିଲା । ଏହାପୂର୍ବରୁ ମଙ୍ଗଳବାର ଦିନ ଏହା ୨୬୦ ଟଙ୍କା ହ୍ରାସ ହୋଇ ୪୯୦୮୦ ଟଙ୍କାରେ ବନ୍ଦ ହୋଇଥିଲା । ସୁନା ଏହାର ରେକର୍ଡ ଉଚ୍ଚତା ଠାରୁ ଏବେ ୧୦ ଗ୍ରାମ ପିଛା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଛି ।

ସରକାର ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି । କେନ୍ଦ୍ର ସରକାର ନାଗରିକଙ୍କୁ ଏହି ସମୟରେ ଶସ୍ତା ସୁନା କିଣିବାର ସୁଯୋଗ ଦେଉଛନ୍ତି । ରିଜର୍ଭ ବ୍ୟାଙ୍କ ଗୋଟିଏ ଗ୍ରାମ ସୁନା ମୂଲ୍ୟ ୫୧୦୪ ଟଙ୍କା ରଖିଛି । ଯଦି ଜଣେ ନିବେଶକ ଏହାକୁ ଅନଲାଇନ୍ ପାଇଁ ଆବେଦନ କରନ୍ତି ଓ ଡିଜିଟାଲ୍ ମୋଡରେ ପେମେଣ୍ଟ୍ ହୁଏ ତେବେ ସେ ପ୍ରତି ଗ୍ରାମ ପ୍ରତି ୫୦ ଟଙ୍କା ରିହାତି ପାଇବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।