post-office

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: ଭାରତୀୟ ଡାକ ବିଭାଗରେ ନିଯୁକ୍ତି ସୁଯୋଗ 

ଦଶମ, ଦ୍ୱାଦଶ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର। ଭାରତୀୟ ଡାକ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଅର୍ଥାତ୍ ୧୦ ନଭେମ୍ବର ୨୦୨୩ ରୁ ଆରମ୍ଭ ହେଉଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapost.gov.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତିରେ ଆବେଦନ କରିବା ପାଇଁ ଶେଷ ତାରିଖ ୯ ଡିସେମ୍ବର ୨୦୨୩ ସ୍ଥିର କରାଯାଇଛି । 

ଡାକ ବିଭାଗରେ ନିଯୁକ୍ତି ବିବରଣୀ

ମୋଟ ୧୮୯୯ ଟି ପଦବୀ ପୂରଣ ପାଇଁ ଇଣ୍ଡିଆନ୍ ପୋଷ୍ଟ ଦ୍ୱାରା ଏହି ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ବିଭିନ୍ନ ପଦବୀରେ ନିଯୁକ୍ତି କରାଯିବ|

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ: ୫୯୮ ପୋଷ୍ଟ 
  • ସର୍ଟନିଂ ଆସିଷ୍ଟାଣ୍ଟ: ୧୪୩ଟି ପୋଷ୍ଟ
  • ପୋଷ୍ଟମ୍ୟାନ୍: ୫୮୫ ଟି ପୋଷ୍ଟ
  • ମେଲ୍ ଗାର୍ଡ: ୩ଟି ପୋଷ୍ଟ 
  • ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS): ୫୭୦ଟି ପୋଷ୍ଟ

ଯୋଗ୍ୟତା

ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ, ଭିନ୍ନ ପଦବୀ ପାଇଁ ଭିନ୍ନ ଯୋଗ୍ୟତା ସ୍ଥିର କରାଯାଇଛି । ପଦବୀ ଅନୁଯାୟୀ ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ ହେଉଛି ଦଶମ / ଦ୍ୱାଦଶ / ସ୍ନାତକୋତ୍ତର । ଏହା ବ୍ୟତୀତ କିଛି ପୋଷ୍ଟ ପାଇଁ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଆବଶ୍ୟକ ।

ଏହା ବ୍ୟତୀତ, ଏହି ପଦବୀଗୁଡିକ ପାଇଁ ଆବେଦନ କରିବାର ସର୍ବନିମ୍ନ ବୟସ ୧୮ ବର୍ଷରେ ଓ ପୋଷ୍ଟ ଅନୁଯାୟୀ ସର୍ବାଧିକ ବୟସ ୨୫/୨୭ ବର୍ଷରେ ସ୍ଥିର କରାଯାଇଛି । 

ଆବେଦନ ପ୍ରକ୍ରିୟା

ଏହି ନିଯୁକ୍ତିରେ ଯୋଗଦେବା ପାଇଁ ପ୍ରାର୍ଥୀମାନେ କେବଳ ୧୦ ନଭେମ୍ବରରୁ ୯ ଡିସେମ୍ବର ୨୦୨୩ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ଫର୍ମ ପୂରଣ କରିବା ସହିତ ନିର୍ଦ୍ଦିଷ୍ଟ ଶୁଳ୍କ ମଧ୍ୟ ଜମା କରିବାକୁ ପଡିବ। ଜେନେରାଲ, ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । SC, ST, PWD, EWS ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ଫି ସ୍ଥିର କରାଯାଇ ନାହିଁ । ଏହି ବର୍ଗର ପ୍ରାର୍ଥୀମାନେ ମାଗଣାରେ ଆବେଦନ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।