pmmodi

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳା: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ପ୍ରଦାନ 

ଏଏନଏସ: ରୋଜଗାର ମେଳାରେ ଆଜି ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ପ୍ରଦାନ ପାଇଁ ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଥମେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ । 

ସୂଚନାଯୋଗ୍ୟ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆରମ୍ଭ କରି ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗୁଥିଲା । ଯେଉଁଥି ପାଇଁ ଟଙ୍କା କାରବାର ମଧ୍ୟ ହେଉଥିଲା । କିନ୍ତୁ ଏବେ ପୂରା ପାରଦର୍ଶିତାର ସହ କେନ୍ଦ୍ର ସରକାର ନିଯୁକ୍ତି ଦେଉଛନ୍ତି । ଏବେ ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଆସିଛି ଯେ, କଠିନ ପରିଶ୍ରମ ଓ ନିଜର ପ୍ରତିଭା ବଳରେ ହିଁ ନିଯୁକ୍ତି ମିଳିପାରିବ। ଏହି ରୋଜଗାର ମେଳା ଜରିଆରେ ଭାରତୀୟ ରେଳବିଭାଗରେ ମଧ୍ୟ ନିଯୁକ୍ତି ଜାରି କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩ ଶହ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

 

ଅନ୍ୟମାନଙ୍କୁ ଜଣାନ୍ତୁ।