You are currently viewing ପିଆଜ କିଲୋ ୧୫୦!

ପିଆଜ କିଲୋ ୧୫୦!

କାଠମାଣ୍ଡୁ, ଆମ ଦେଶର ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶ ରେ ପିଆଜର ଦର ୧୫୦ରୁ ଅଧିକ। ପିଆଜର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଫଳରେ ଏଥିରେ ପ୍ରଭାବିତ ହୋଇଛନ୍ତି ଦୁଇ ପଡୋଶୀ ଦେଶ। ପିଆଜର ଦାମ୍ କିଲୋ ପିଛା ୫ଗୁଣ ଅଧିକ ହୋଇଥିବା ଦେଖିବାକୁ ମିଳିଛି ଉଭୟ ନେପାଳ ଓ ବାଂଲାଦେଶ ରେ। ସୂଚନା ଥାଉକି, ଭାରତରୁ ପିଆଜ ମାଲେସିଆ, ନେପାଳ, ବାଂଲାଦେଶ ଓ ଶ୍ରୀଲଂକା କୁ ରପ୍ତାନୀ କରାଯାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।