2000note

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ନୂଆ ନିୟମ ଜାରି କଲା RBI 

ଭୁବନେଶ୍ୱର(ଏଏନଏସ): ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଏବେ ଆପଣଙ୍କୁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ। ଏନେଇ ଆରବିଆଇ ଏକ ନୂତନ ବିକଳ୍ପ ଆଣିଛି। ଏବେ ଆପଣ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ପଞ୍ଜୀକୃତ ଡାକ ମାଧ୍ୟମରେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦିଷ୍ଟ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇ ପାରିବେ। ଖାସ୍‌ କରି, ଯେଉଁମାନେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟଠାରୁ ଦୂରରେ ରହୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସହଜ ବିକଳ୍ପ।

rupees200ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ରୋହିତ ପି. କହିଛନ୍ତି, ପଞ୍ଜୀକୃତ ଡାକ ମାଧ୍ୟମରେ ଆରବିଆଇକୁ ୨୦୦୦ ଟଙ୍କିଆ ନୋଟ୍ ପଠାଇବା ପାଇଁ ଆମେ ଏହି ସହଜ ଉପାୟ ପ୍ରଦାନ କରୁଛୁ। ଏହାଦ୍ୱାରା ଗ୍ରାହକମାନଙ୍କୁ ଆଉ ଶାଖାକୁ ଯାଇ ଧାଡିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। 

ଅନ୍ୟମାନଙ୍କୁ ଜଣାନ୍ତୁ।