You are currently viewing ବଢିଲା ପେଟ୍ରୋଲ ଦର

ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, କରୋନା ସଙ୍କଟ ସମୟରେ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ ଦର । ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ କର୍ପୋରେଶନ ଲି. ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲି. ସୋମବାର ପଞ୍ଚମ ଥର ପାଇଁ ପୁଣି ପେଟ୍ରୋଲ ଦର ବଢ଼ିଥିବା ସୂଚନା ମିଳିଛି । ତେବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ମହଙ୍ଗା ହୋଇଛି । ଏହି କ୍ରମରେ ଲିଟର ପିଛା ପେଟ୍ରୋଲ ୮୧.୬୨ ଟଙ୍କାରେ ବିକ୍ରି ହୋଇଛି । ଅଗଷ୍ଟ ୧୯ ତାରିଖ ପେଟ୍ରୋଲ ଦର ସ୍ଥିର ରହିଥିଲା । ଅନ୍ୟପଟେ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଡିଜେଲ ଦର ୭୩.୫୬ ଟଙ୍କା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।