You are currently viewing ଆଜି ଜେଲ୍‌ରୁ ମୁକୁଳିପାରନ୍ତି ଅର୍ଚ୍ଚନା ନାଗ

ଆଜି ଜେଲ୍‌ରୁ ମୁକୁଳିପାରନ୍ତି ଅର୍ଚ୍ଚନା ନାଗ

ଭୁବନେଶ୍ୱର (ଏଏନଏସ): ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଆଜି ବାହାରିପାରନ୍ତି ଅର୍ଚ୍ଚନା ନାଗ । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା, ପ୍ରମାଣ ନଷ୍ଟ ନ କରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବାର ହାଇକୋର୍ଟ । ସେହିପରି ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ ୧୪ ମାସ ଧରି ଝାରପଡ଼ା ଜେଲ୍‌ରେ ଥିବା ବେଳେ ଆଜି ମୁକୁଳି ପାରନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।