You are currently viewing ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍ 

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍ 

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ବର (ଏଏନଏସ): ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଛି। ଭିଏସ୍ଏସ ନଗରରେ ଥିବା କୋଠାରେ ଚଢ଼ାଉ ହୋଇଛି।

ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାପା ମାରୁଛି ଭିଜିଲାନ୍ସ । ଉନ୍ନତି ଭବନରେ ଥିବା EICଙ୍କ ଅଫିସ ଭିତରେ ବି ରେଡ଼ ଚାଲିଛି । ୭ ଡିଏସପିଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ାଉରେ ସାମିଲ ହୋଇଛନ୍ତି। ତେବେ ଏହି ଚଢ଼ାଉ ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।