You are currently viewing ବଢିବ ଥଣ୍ଡା, ୩ ଦିନରେ ୪ ଡିଗ୍ରୀ ଖସିବ ପାରଦ

ବଢିବ ଥଣ୍ଡା, ୩ ଦିନରେ ୪ ଡିଗ୍ରୀ ଖସିବ ପାରଦ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର (ଏଏନଏସ): ଆଜିଠୁ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖାଯିବ। ତେବେ ବର୍ଷା କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ପାରଦ ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇବ। ପରବର୍ତ୍ତୀ ୨-୩ ଦିନରେ ଅନେକ ସ୍ଥାନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।

ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଅପେକ୍ଷାକୃତ କମ୍ ରହୁଛି। ବାୟୁମଣ୍ଡଳରେ ପ୍ରଚୁର ଜଳୀୟ ବାଷ୍ପ ଥିବାରୁ ଆର୍ଦ୍ରତା ବୃଦ୍ଧି ପାଇ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।