ଶ୍ରୀନଗର(୪.୧୦.୨୨) : ଜାମ୍ମୁ-କାଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା କରାଯାଇଛି । ଜମ୍ମୁ ଉଦୟିୱାଲ ସ୍ଥିତ ତାଙ୍କ ବାସ ଭବନରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ୫୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ହତ୍ୟା ପରେ ତାଙ୍କୁ ପୋଡିବାକୁ ମଧ୍ୟ ଚେଷ୍ଟା କରାଯାଇଥିବା ଜଣା ପଡିଛି । ତେବେ ଲୋହିଆଙ୍କ ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବାରୁ ତା ଉପରେ ସନ୍ଦେହ ରହିଛି। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଟିଆରଏଫ୍ ନିଜ ଉପରକୁ ଦୋଷ ନେଇଛି। କେବଳ ସେତିକି ନୁହେଁ ଗୃହମନ୍ତ୍ରୀ ଏମିତ ଶାହାଙ୍କ ଗସ୍ତ ଆଗରୁ ଏହା ଏକ ଛୋଟ ଭେଟି ବୋଲି ଆତଙ୍କୀ ସଙ୍ଗଠନ ଟିଆରଏଫ ଟିଆରଏଫ୍ ବୟାନ ଜାରି କରିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି । ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ