You are currently viewing ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

  • Post category:ଅପରାଧ
  • Reading time:1 mins read

ସୁକିନ୍ଦା, ଢେ଼ଙ୍କାନାଳ ଜିଲ୍ଲା ସୁକିନ୍ଦା କାଳିଆପାଣି ପଞ୍ଚାୟତ ପୁଡାହଟିଙ୍ଗ ଅଞ୍ଚଳରୁ ଏକ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଯୁବକ ଜଣଙ୍କ ହେଉଛନ୍ତି ପୁଡ଼ାହଟିଙ୍ଗ ସାହି କେର୍କେଟାଙ୍କ ପୁଅ ରଞ୍ଜିତ କେର୍କେଟା । ଗାଁର ଲୋକମାନେ ସକାଳେ ଆମ୍ବତୋଟାରେ ଏକ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଶବ ଜବତ କରିଥିଲା । ପାରିବାରିକ କଳହରୁ ଏଭଳି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି । ତେବେ ପୋଲିସ ତାହାର ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।