You are currently viewing ଆତ୍ମହତ୍ୟାରେ ବର୍ତ୍ତି ଗଲେ ସ୍ତ୍ରୀ

ଆତ୍ମହତ୍ୟାରେ ବର୍ତ୍ତି ଗଲେ ସ୍ତ୍ରୀ

  • Post category:ଅପରାଧ
  • Reading time:1 mins read

ଆଗ୍ରା (୧୩.୯.୨୨) : ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଇଥିଲେ ସ୍ୱାମୀ ସ୍ତ୍ରୀ । ଏଥି ପାଇଁ ଦୁଇ ଜଣ ରଶି ଲଗାଇ ଝୁଲି ପଡିଥିଲେ କିନ୍ତୁ ସ୍ୱାମୀ ଜଣଙ୍କମୃତ୍ୟୁ ଘଟି ଥିବା ବେଳେ ସ୍ତ୍ରୀ କିନ୍ତୁ ବଞ୍ଚିଯାଇଥିଲେ । ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀଙ୍କ ଭାର ରଶି ସମ୍ଭାଳି ପାରିଲା ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଗ୍ରାଠାରୁ ୫୦ କିଲୋମିଟର ଦୂରରେ ଫତେହପୁର ଅଞ୍ଚଳରେ । ମୃତକ ହେଲେ ୫୪ ବର୍ଷୀୟ ମାନ ସିଂ ଓ ପତ୍ନୀ ୫୦ ବର୍ଷୀୟା ସନ୍ତା ଦେବୀ । ଉଭୟଙ୍କ ୪ ସନ୍ତାନ ଅଛି । ଚାଷ କରି ମାନସିଂ ନିଜ ପରିବାର ପୋଷନ୍ତି । ପତିପତ୍ନୀଙ୍କ ସମ୍ପର୍କ ଭଲ ରୁନଥିଲା । ତେଣୁ ଉଭୟ ଆତ୍ମହତ୍ୟା ପାଇଁ ନିଷ୍ପତି ନେଇଥିଲେ । ତେବେ ସେମାନେ ଏକ ଗଛ ନିକଟକୁ ଯାଇଥିଲେ । ଏବଂ ରଶି ଲଗାଇଥିଲେ ତେବେ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଜଣଙ୍କ ବଞ୍ଚିଯାଇଥିଲେ । ଏହି ଘଟଣା ପୋଲିସ୍ ପାଖରେ ପହଞ୍ଚିବା ପରେ ସେମାନେ ତୁରନ୍ତ ସନ୍ତା ଦେବୀଙ୍କୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ସାନ୍ତାଙ୍କ ହୋସ ଆସିବାରୁ ସେ ପୋଲିସ୍‌କୁ ସବୁ କଥା କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।