You are currently viewing ଆର୍ଥିକ ସଙ୍କଟକୁ ନେଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ରେଞ୍ଜୁଶା

ଆର୍ଥିକ ସଙ୍କଟକୁ ନେଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ରେଞ୍ଜୁଶା

ତିରୁଅନନ୍ତପୁରମ : ମାଲାୟଲମ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଗତକାଲି ଅର୍ଥାତ ସୋମବାର ସକାଳେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ତାଙ୍କର ତିରୁଅନନ୍ତପୁରମ ସ୍ଥିତ ଫ୍ଲାଟ୍‌ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆର୍ଥିକ ସଙ୍କଟ ଯୋଗୁଁ ରେଞ୍ଜୁଶା ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଥାଉ କି, ୩୫ ବର୍ଷୀୟା ରେଞ୍ଜୁଶା ଉକ୍ତ ଫ୍ଲାଟ୍‌ରେ ସ୍ୱାମୀ ମନୋଜଙ୍କ ସହ ବାସ କରୁଥିଲେ। ଟିଭି ଆଙ୍କର ଭାବେ କ୍ୟାରିୟର ଆରମ୍ଭ କରିଥିବା ରେଞ୍ଜୁଶା ପରବର୍ତ୍ତୀ ସମୟରେ ଏକାଧିକ ଲୋକପ୍ରିୟ ଟିଭି ସିରିଏଲ ଓ ମାଲାୟଲମ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ବେଶ ପ୍ରଶଂସିତ ହୋଇସାରିଛନ୍ତି । ଏହାବ୍ୟତୀତ କେତେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜନା କରିଛନ୍ତି । ସୂଚନାଯୋଗ୍ୟ ଗତମାସରେ ଅପର୍ଣ୍ଣା ନାମ୍ନୀ ଜଣେ ମାଲାୟଲମ ଅଭିନେତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

 

ଅନ୍ୟମାନଙ୍କୁ ଜଣାନ୍ତୁ।