ଭୁବନେଶ୍ୱର, ‘ଇଣ୍ଟରନ୍ୟାସନାଲ ଫିଲ୍ମ ଫେସଟିଭାଲ ଅଫ ଇଣ୍ଡିଆ ୨୦୨୦’ରେ ୩ ଓଡିଆ ଫିଲ୍ମକୁ ପ୍ରଦର୍ଶିତ କରାଯିବ । ଏହି ଫିଲ୍ମଗୁଡିକୁ ୨୦୨୦ ଫିଲ୍ମ ଫେଷ୍ଟିଭାଲ ଗୋଆର ୫୧ ତମ ସଂସ୍କରଣରେ ପ୍ରଦର୍ଶିତ କରାଯିବ । ୨୦୨୦ରେ ମୃତ୍ୟୁବରଣ କରିଥିବା ଦୁଇ ଖ୍ୟାତନାମା ଅଭିନେତା ବିଜୟ ମହାନ୍ତି ଓ ଅଜିତ୍ ଦାସ ଏବଂ ୮ ଥର ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ମନମୋହନ ମହାପ୍ରତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ ଆଇଏଫଏଫଆଇ । ବିଜୟ ମହାନ୍ତି ଓ ଅଜିତ୍ ଦାସଙ୍କ ଅଭିନୀତ ଫିଲ୍ମ ଏବଂ ମନମୋହନଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ପ୍ରଦର୍ଶିତ କରାଯାଇ ସମ୍ମାନ ପ୍ରଦାନ କରାଯିବ । ନିର୍ମାତା ମନମୋହନଙ୍କ ଶେଷ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’, ବିଜୟ ମହାନ୍ତିଙ୍କ ଫିଲ୍ମ ‘ଚିଲିକା ତୀରେ’ ଏବଂ ଅଜିତ ଦାସଙ୍କ ଚଳଚ୍ଚିତ୍ର ‘ତାରା’କୁ ‘ଇଣ୍ଟରନ୍ୟାସନାଲ ଫିଲ୍ମ ଫେସଟିଭାଲ ଅଫ ଇଣ୍ଡିଆ ୨୦୨୦’ରେ ପ୍ରଦର୍ଶିତ କରାଯିବ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ