You are currently viewing ଟୁଇଟରରେ ଟ୍ରୋଲ ହେଲେ ଅକ୍ଷୟକୁମାର ଓ କପିଲ୍‌

ଟୁଇଟରରେ ଟ୍ରୋଲ ହେଲେ ଅକ୍ଷୟକୁମାର ଓ କପିଲ୍‌


କପିଲ ଶର୍ମା ସୋସିଆଲ ମିଡିଆର ସ୍କାନରରେ ଆସିଥିଲେ । ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନସ୍ ଏହାକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ କାରଣ ସଲମାନ ଖାନ ଏହାର ନିର୍ମାତାଙ୍କ ମଧ୍ୟରୁ ଜଣେ । କପିଲ ଶର୍ମା ସଲମାନ ଖାନଙ୍କ ବ୍ରାଣ୍ଡ ବିଙ୍ଗ ହ୍ୟୁମାନ ଦ୍ୱାରା ହୋଇଥିବା କୋଭିଡ ୧୯ ମାସ୍କକୁ ପ୍ରୋତ୍ସାହିତ କରିଥିବା ଏକ ଟ୍ୱିଟ ସେୟାର କରିବା ପରେ କପିଲ ସୋସିଆଲ ମିଡିଆରେ ବହୁ ଟ୍ରୋଲ ହୋଇଥିଲେ ।
ଅଭିନେତା ଅକ୍ଷୟ କୁମାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ବଲିଉଡରେ ନିଶା ସେବନ ବିରୁଦ୍ଧରେ ନିରବତା ଭାଙ୍ଗିଥିଲେ । ଏହା ପରେ ଟ୍ୱିଟରରେ #ବ୍ୟାନଲକ୍ଷ୍ମୀୀବମ୍ ଏବଂ ତାଙ୍କର ଚଳଚିତ୍ରକୁ ବ୍ୟାନ କରିବା ପାଇଁ ଅନୁରୋଧ କରିଥିଲା ।
ଶନିବାର ଦିନ ଅକ୍ଷୟ କୁମାର ଟ୍ୱିଟରକୁ ଯାଇ ସୁଶାନ୍ତଙ୍କ ଦେହାନ୍ତ ପରେ ବଲିଉଡକୁ ନେଇ ଘେରି ରହିଥିବା ସମସ୍ତ ଖବର ଉପରେ ନୀରବତା ଭାଙ୍ଗିଛନ୍ତି । ଭିଡିଓରେ ସେ ସ୍ୱୀକାର କରିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଡ୍ରଗ ସମସ୍ୟା ଅଛି, କିନ୍ତୁ ଏହା ଭାବିବା ଭୁଲ ଯେ, ବଲିଉଡ ସହିତ ଜଡିତ ପତ୍ୟେକ ବ୍ୟକ୍ତିଙ୍କର ଡ୍ରଗ୍ ଲିଙ୍କ ଅଛି । ଅକ୍ଷୟ ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମର କଭରେଜକୁ ନିନ୍ଦା କରିବା ସହ ସେମ୍ବେଦନଶୀଳ ହେବାକୁ ଅନୁରୋଧ କରିଥିଲେ । କାରଣ ଏହା ଜଣଙ୍କ ବୃତ୍ତି ଉପରେ ପ୍ରଭାବ ପକାଇପାରେ । ଏହା ପରେ ସମସ୍ତ ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।