You are currently viewing ପରିବା ବିକ୍ରି କରୁଥିବା ‘ବାଲିକା ବଧୂ ’ ଡାଇରେକ୍ଟର ବ୍ରିକ୍‌ସା ଗୌରଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଲେ ଅନୁପ ସୋନି !

ପରିବା ବିକ୍ରି କରୁଥିବା ‘ବାଲିକା ବଧୂ ’ ଡାଇରେକ୍ଟର ବ୍ରିକ୍‌ସା ଗୌରଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଲେ ଅନୁପ ସୋନି !

କରୋନା କାରଣରୁ କାମ ପ୍ରକଳ୍ପ ବନ୍ଦ ହୋଇଥିବା ଯୋଗୁଁ ‘ବାଲିକା ବଧୂ ’ ଡାଇରେକ୍ଟର ରାମବ୍ରିକ୍‌ସା ଗୌର ଆଜମଗଡ଼୍‌ରେ ଠେଲାଗାଡ଼ିରେ ପନିପରିବା ବିକ୍ରି କରୁଛନ୍ତି । ଏହା ଜଣାପଡ଼ିବା ପରେ ଫ୍ୟାନସ୍‌ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଡାଇରେକ୍ଟରଙ୍କ ସହ କାମକରିଥିବା ଅନୁପ ସୋନି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ଏହା ହେଇଛି ଏକ ଦୁଃଖ ର ବିଷୟ ଏବଂ ଏହି କଥା ଆମ ବାଲିକା ବଧୂ ଟିମ୍ ଜାଣିବାକୁ ପାଇଛି । ସାହାର୍ଯ୍ୟ କରିବା ପାଇଁ ତାଙ୍କ ସହ ସଂପର୍କ କରୁଛନ୍ତି ।’ ଅନୁପ ସୋନି କହିଛନ୍ତି ଯେ, ସେ ଶୋ’ ରେ ସେକେଣ୍ଡ ୟୁନିଟ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ରାମବ୍ରିକ୍‌ସା ଜଣେ ସ୍ୱାଭିମାନୀ ଏବଂ ପଜିଟିଭ୍ ଲୋକ ।

ଅନ୍ୟମାନଙ୍କୁ ଜଣାନ୍ତୁ।