You are currently viewing ଓଲିଉଡରେ ଆଉ ନଜର ଆସୁନାହାନ୍ତି ଅର୍ଚ୍ଚିତା

ଓଲିଉଡରେ ଆଉ ନଜର ଆସୁନାହାନ୍ତି ଅର୍ଚ୍ଚିତା

ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିରେ ଆଗ ଧାଡ଼ିର ନାୟିକା ଅର୍ଚ୍ଚିତାଙ୍କୁ ସମସ୍ତେ ଜାଣନ୍ତି । ଅର୍ଚ୍ଚିତା ନିଜର ଆକ୍ସନ ଆଉ ରିଆକ୍ସନ ଜାଦୁରେ ଦର୍ଶକଙ୍କ ମନରେ ଆଜି ପର୍ଯ୍ୟନ୍ତ ରାଜ କରୁଛନ୍ତି । ତେବେ ନୂଆ ସିନେମା ସାଙ୍ଗକୁ ନୂଆ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ନାୟିକା ଅର୍ଚ୍ଚିତା । ୨୦୧୯ ମସିହାରେ ଚାମ୍ପିୟନ୍ ଚଳଚିତ୍ରରେ ବକ୍ସର ଭୁମିକାରେ ନଜର ଆସିଥିବା ବେଳେ ଢେରସାରା ଆକ୍ସନ ଦର୍ଶକ ଦେଖିବା ପାଇଁ ପାଇଥିଲେ ।

ଏହି ସିନେମା ପରେ ଆଗକୁ କେଉଁ ମୁଭି ଆସୁଛି ଅପେକ୍ଷାରେ ଅଛନ୍ତି ଅର୍ଚ୍ଚିତାଙ୍କ ଫ୍ୟାନମାନେ । ତେବେ ଅର୍ଚ୍ଚିତା ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅନେକ ଦିନଧରି କାମ କରିସାରିଛନ୍ତି । ନିଜର ସୁନ୍ଦର ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଅର୍ଚ୍ଚିତା କୁହନ୍ତି , ମୋ ଫ୍ୟାନ୍ସ , ପରିବାରର ଆର୍ଶୀବାଦ , ଖାଦ୍ୟ ଉପରେ ଡାଏଟିଙ୍ଗ୍ ଏବଂ ଦୈନନ୍ଦିନ ବ୍ୟାୟାମ ହେଉଛି ମୋ ସୁନ୍ଦରତା ଦେଖାଯିବାର ରାଜ୍ ଅଟେ ।୍


ତେବେ ଆଗ ଭଳି ଆଉ ସିନେମା କରୁନହାନ୍ତି ଅର୍ଚ୍ଚିତା । ଏବେ ସିନେମାର ଚରିତ୍ରକୁ ବୁଝି ବିଚାରି ହିଁ ବର୍ଷକୁ ଗୋଟିଏ କିମ୍ବା ଦୁଇଟି ଚଳଚିତ୍ରରେ ନଜରକୁ ଆସୁଛନ୍ତି ଅର୍ଚ୍ଚିତା । ନାୟିକା ଅର୍ଚ୍ଚିତା ବଲିଉଡ୍ ରେ ପାଦ ରଖିବାପରେ , ଏବେ ଆଶା ରଖିଛନ୍ତି ମନ ପସନ୍ଦର ଭୁମିକା ମିଳିଲେ ୱେବସିରିଜ୍ କାମକରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।