ହିମାଂଶି ଖୁରାନା ପଞ୍ଜାବର ଏକ ଚର୍ଚ୍ଚିତ ଅଭିନେତ୍ରୀ ଏବଂ ସେ ବିଗ୍ବସ୍ ୧୩ରେ ମଧ୍ୟ ନଜର ଆସିଥିଲେ । ସେ ଏହି ସମୟରେ କରୋନା ଭାଇରସ୍ ସଂକ୍ରମଣରେ ପିଡୀତ । ହିମାଂଶି ଖୁରାନା ନିଜେ କରୋନା ସଂକ୍ରମିତ ହେବା କଥା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ ।

ତାଙ୍କ ଅବସ୍ଥା ଏବେ ଗୁରୁତର ବୋଲି ଶୁଣିବାକୁ ମିଳୁଛି ଏବଂ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଖବରରୁ ଜାଣିବାକୁ ମିଳୁଛି ଯେ, ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଜ୍ୱର ହୋଇଥିଲା ଏବଂ ଶରୀରରେ ଅକ୍ସିଜେନର ମାତ୍ରା କମିଯାଇଥିଲା । ହିମାଂଶିଙ୍କ ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ଚଣ୍ଡୀଗଡ଼ ରୁ ଲୁଧିଆନାକୁ ସ୍ଥାନାନ୍ତର କରାଯାଇଛି ।