You are currently viewing କାଲି କଲର୍ସ ଟିଭିରେ ପ୍ରସାରଣ ହେବ ବିଗ୍ ବସ୍ ୧୪ର ଗ୍ରାଣ୍ଡ ପ୍ରିମିୟର:

କାଲି କଲର୍ସ ଟିଭିରେ ପ୍ରସାରଣ ହେବ ବିଗ୍ ବସ୍ ୧୪ର ଗ୍ରାଣ୍ଡ ପ୍ରିମିୟର:

ଅନେକ ଦିନର ଅପେକ୍ଷା ପରେ ବିଗ୍‌ବସ୍ ୧୪ କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା କଲର୍ସ ଟିଭିରେ ପ୍ରସାରଣ କରାଯିବ । ସଲମାନ ଖାନ୍‌ଙ୍କ ବ୍ୟସ୍ତ କାର୍ଯ୍ୟ ପ୍ରତିଶ୍ରୁତି ଯୋଗୁଁ ଏହାର ଗ୍ରାଣ୍ଡ ପ୍ରିମିୟର ୧ ଅକ୍ଟୋବରରେ ସୁଟିଂ କରିଦିଆଯାଇଛି ଏବଂ ଏହାକୁ କାଲି ଅର୍ଥାତ ୩ ଅକ୍ଟୋବରରେ ଟେଲିକାଷ୍ଟ କରାଯିବ । ଏନେଇ ସଲମ।ନ୍ ଖାନ୍ ନିଜ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସହ ସେୟାର କରିଛନ୍ତି । ପ୍ରତିଯୋଗୀମାନେ ନିଜର ଏଣ୍ଟ୍ରି ପରଫରମାନ୍ସ ସୁଟ୍ କରିସାରିଛନ୍ତି । ସୂଚନାରୁ ଜଣାପଡିଛି ଯେ, ସିଦ୍ଧାର୍ଥ ଶୁକ୍ଲା , ହିନା ଖାନ୍ ଏବଂ ଗୌହର ଖାନ ପ୍ରଥମ ଦୁଇ ସପ୍ତାହ ପାଇଁ ଶୋ ରେ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।