ଖୁସି ଖବର ଦେଲେ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର | ସୋସିଆଲ ମିଡିଆରେ ନେହାଙ୍କ ମାଆ ହେବାର ଫୋଟୋ ଭାଇରଲ ହେଉଛି |ତେବେ ନେହାଙ୍କ ଫ୍ୟାନ୍ସ ମାନଙ୍କୁ ସବୁଠୁ ଆଶ୍ଚର୍ଯ୍ୟ ଲାଗିବା କଥା ହେଉଛି ରୋହନପ୍ରୀତ ଏବଂ ନେହାଙ୍କ ବାହାଘରକୁ ଦୁଇମାସ ହୋଇଥିବାବେଳେ ଏତେ ଶୀଘ୍ର ମାଆ ହେଉଛନ୍ତି ନେହା |ସୂଚନାଥାଉ କି , ନେହା କକ୍କର ଏବଂ ରୋହନପ୍ରୀତ ସିଂ ଅକ୍ଟୋବର ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |

ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ଜୀବନକୁ ଖୁବ୍‌ ଶୀଘ୍ର ଆଉ ଜଣେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଅର୍ଥାତ୍ ନେହା ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ନେହା ଏବିଷୟରେ ସୂଚନା ଦେଇଛନ୍ତି।

ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ନେହା କକ୍କର ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ରୋହନ ମଧ୍ୟ ଅଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଫଟୋରେ ନେହା କ୍ୟାପସନରେ ଲେଖିଛନ୍ତି- ଯତ୍ନ ନିଅ |

ସେହି ଫଟୋକୁ ରୋହନପ୍ରୀତ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି “ଏବେ ତ କିଛି ଅଧିକା ଯତ୍ନ ନେବାକୁ ପଡିବ ନେହୁ।” | ତେବେ ନେହା କକ୍କରଙ୍କ ଭାଇ ଟୋନି କକ୍କର ଲେଖିଛନ୍ତି ଯେ, ମୁଁ ମାମୁଁ ହୋଇଯିବି।’ ନେହାଙ୍କ ଏହି ଫଟୋରେ ପ୍ରଶଂସକ ଏବଂ ସେଲିବ୍ରିଟି ଖୁବ୍ କମେଣ୍ଟ ଦେଉଛନ୍ତି । ସମସ୍ତେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Leave A Reply

Your email address will not be published.