salman-khans

ଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ୍‌ କଲେ ସଲମାନ, ଭାଇରାଲ ହେଉଛି ଭିଡ଼ିଓ 

ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ନିଜର ୫୮ତମ ଜନ୍ମଦିନ ପରିବାର ସହ ପାଳନ କରୁଛନ୍ତି । ଆଜି ଦିନରେ ବଲିଉଡର ଅନେକ କଳାକାର ତଥା ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଛି କଳାକାର ଓ ପ୍ରଶଂସକମାନେ ସଲମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ବେଳେ କିଛି ଫ୍ୟାନ୍ସ ଫଲର୍ସମାନେ ମଧ୍ୟ ସୋସିଆଲ ମିଡିଆରେ ବିପୁଳ ଶୁଭେଚ୍ଛା ଜଣାଇଛନ୍ତି ।
ଜନ୍ମଦିନରେ ଅଭିନେତା ସଲମାନ ନିଜ ଭାଣିଜୀ ଆୟତଙ୍କ ସହିତ କେକ୍ କାଟି ଜନ୍ମଦିନକୁ ଅତ୍ୟନ୍ତ ଖାସ୍ କରିଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ତାଙ୍କର ଏହି ବିଶେଷ ଦିନଟିକୁ ପାଳନ କରୁଥିବା ଦେଖିବାକୁ ମିଳିଛି ।

https://www.instagram.com/reel/C1VDP6EyI9O/?utm_source=ig_web_copy_link

ସଲମାନ ଖାନଙ୍କ ଜନ୍ମଦିନ ପାଳନ ସମୟରେ ବଲିଉଡର ଅନେକ କଳାକାର ତଥା ବବି ଦେୱାଲ, ଆୟୁଷ ଶର୍ମା, ଅର୍ପିତା ଖାନ ଶର୍ମାଙ୍କ ସମେତ ଅନେକ ସେଲିବ୍ରେଟି ଉପସ୍ଥିତ ଥିଲେ । ଅଭିନେତା ବବି ଦେୱାଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସଲମାନଙ୍କ ଜନ୍ମଦିନ ସେଲିବ୍ରେଟ କରିବାର ଫଟୋ ସେୟାର କରିଛନ୍ତି । ଫଟୋରେ ବବି ଦେୱାଲ ବର୍ଥଡେ ବୟ ସଲମାନଙ୍କୁ ଚୁମ୍ୱନ ଦେଉଥିବାର ଦେଖିବାକୁ ମିଳିଛି । ଏଥିସହିତ ବବି ଲେଖିଛନ୍ତି, ମାମୁଁ ଆଇ ଲଭ୍ ୟୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।