Rakul-Preet

ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ୍‌ ପ୍ରୀତ୍ ଓ ଜ୍ୟାକି ଭାଗ୍‌ନାନୀ, ସାମ୍ନାକୁ ଆସିଲା ତାରିଖ 

ଦୀର୍ଘ ଦିନ ଧରି ବଲିଉଡ଼ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍ ସିଂହ ଓ ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭାଗ୍‌ନାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟ ୨୦୨୩ରେ ବିବାହ କରିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ, ‘ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ ଖୁବଶୀଘ୍ର ନିଜ ବୟଫ୍ରଣ୍ତ  ଜ୍ୟାକି ଭାଗ୍‌ନାନୀଙ୍କୁ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଉଭୟ ଗୋଆରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । 

ଗତ ୨୫ ତାରିଖରେ ଜ୍ୟାକିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ ରକୁଲ୍। ଏନେଇ ଅଭିନେତ୍ରୀ ଲେଖିଥିଲେ, ‘ଏକାଠି ରହିବା, ଦୁଃସାହସିକ କାର୍ଯ୍ୟ କରିବା, ବୁଲିବା ଓ ହସିବା ପ୍ରତିଟି ମୂହୂର୍ତ୍ତରେ ସାଙ୍ଗରେ ରହିବା ଭଳି ମୁହୂର୍ତ୍ତମାନ ସମ୍ପର୍କରେ ଉଲ୍ଲେଖ କରିଥିଲେ’। ରକୁଲ୍ ଙ୍କ ଏହି ଶୁଭେଚ୍ଛା ବାର୍ତ୍ତାକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ।  

ଅନ୍ୟମାନଙ୍କୁ ଜଣାନ୍ତୁ।