You are currently viewing ବିଗ୍ ବସ୍ ୨୦୨୦ : ବିଗ୍ ବସ୍‌ଙ୍କ ଘରେ ହିଁ ପ୍ରସ୍ତୁତ ସିନେମା ହଲ୍ ଓ ସପିଙ୍ଗ୍ ମଲ । ଜାଣନ୍ତୁ ୧୪ତମ ସିଜନ୍‌ରେ  ଆଉ ସବୁ କଣ କଣ ହେବାକୁ ଯାଉଛି…

ବିଗ୍ ବସ୍ ୨୦୨୦ : ବିଗ୍ ବସ୍‌ଙ୍କ ଘରେ ହିଁ ପ୍ରସ୍ତୁତ ସିନେମା ହଲ୍ ଓ ସପିଙ୍ଗ୍ ମଲ । ଜାଣନ୍ତୁ ୧୪ତମ ସିଜନ୍‌ରେ ଆଉ ସବୁ କଣ କଣ ହେବାକୁ ଯାଉଛି…

ସବୁବେଳେ ଚର୍ଚ୍ଚାରେ ରହୁଥିବା ଟିଭି ସିରିଏଲ୍ ବିଗ୍ ବସ୍ ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଅଭିନେତା ସଲମାନ୍ ଖାନ୍ । କିନ୍ତୁ ଏଥର ୧୪ତମ ସିଜନ୍ କୁ ଅତ୍ୟଧିକ ଆକର୍ଷିତ କରିବା ପାଇଁ ନିର୍ମାତା ମାନେ ଚିନ୍ତା କରିଛନ୍ତି । ସୂଚନାରୁ ଜଣାପଡିଛି ଯେ, ଏଥର ପ୍ରତିଯୋଗୀ ମାନଙ୍କୁ ସପିଙ୍ଗ୍ ମଲ୍‌, ରେଷ୍ଟୁରାଣ୍ଟଣ୍ଟ, ଥିଏଟର୍ ଆଦି ସୁବିଧା ପ୍ରଦାନ କରାଯିବ ।

ଏହା ପୂର୍ବ ସିଜନ୍ ଠାରୁ ପୁରା ଭିନ୍ନ । ନିର୍ମାତା ମାନଙ୍କ ଅନୁସାରେ ଏବର୍ଷ ଲକ୍‌ଡାଉନ୍ କାରଣରୁ ଲୋକମାନେ ଏସବୁ ସୁବିଧା ପାଇପାରିନାହାନ୍ତି । ତେଣୁ ଏସବୁ ସୁବିଧା ସେମାନେ ବିଗ୍ ବସ୍‌ର ଘରେ ପାଇପାରିବେ । କିନ୍ତୁ ଏସବୁ ସୁବିଧା ପାଇଁ ପ୍ରତିଯୋଗୀ ମାନଙ୍କୁ କିଛି ଟାସ୍କ ଦିଆଯିବ ।

କିଛି ସମୟ ପୂର୍ବେ ଏହି ସୋ କୁ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ଆରମ୍ଭ କରାଯିବାର ଥିଲା କିନ୍ତୁ ଏହାକୁ ଏବେ ୩ ଅକ୍ଟୋବରରେ ଟିଭିରେ ପ୍ରସାରିତ କରାଯିବ । ନିର୍ମାତାଙ୍କ ପକ୍ଷରୁ ଏବେ ପ୍ରତିଯୋଗୀମାନଙ୍କ ନାମ ସ୍ଥିର କରାଯାଇନାହିଁ । ଚଳିତ ସିଜନ୍‌ର ପ୍ରମୋ ପୂର୍ବ ମାସରେ ରିଲିଜ୍ କରାଯାଇଛି ଏବଂ ଏହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।