ମୁମ୍ବାଇ, ବଲିଉଡ ଅଭିନେତ୍ରୀ ତଥା ବିଗବସ-୭ର ବିଜେତା ଗୌହର ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ କରିଛି ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) । ଏନେଇ ବିଏମସିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ମିଳିଛି ।
ଅଭିଯୋଗର କାରଣ ହେଉଛି କରୋନା ନିୟମର ଉଲଘଂନ । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଆଶଙ୍କା ବଢ଼ୁଥିବା ବେଳେ ଗୌହର ଖାନ କରୋନା ସକରାତ୍ମକ ଚିହ୍ନଟ ସତ୍ତ୍ୱେ କରୋନା ନିୟମର ଉଲଘଂନ କରି ଫିଲ୍ମ ଶୁଟିଂ କରୁଛନ୍ତି ।
ତେବେ କରୋନା ପଜିଟିଭ ଚିହ୍ନଟ ସତ୍ତ୍ୱେ ଘରେ ନରହି ବାହାରେ ବୁଲୁଥିବା ଅଭିଯୋଗ କରିଛି ବିଏମସି । ଅଭିନେତ୍ରୀଙ୍କ ନାମରେ ଏକ ଏଫଆଇଆର ମଧ୍ୟ ରୁଜୁ କରିଛି ବିଏମସି । ଏହି ଏଫଆଇଆର କପିକୁ ବିଏମସି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST