You are currently viewing ହିନା ଖାନ୍ ଅସୁସ୍ଥ, ସେୟାର କଲେ ଫଟୋ

ହିନା ଖାନ୍ ଅସୁସ୍ଥ, ସେୟାର କଲେ ଫଟୋ

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ଥିବା ସମୟର ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି ।

ବିଗ୍ ବସ୍‌-୧୧ର ପ୍ରତିଯୋଗୀ ସାଜିଥିବା ଅଭିନେତ୍ରୀ ହିନା ଖାନ ନିକଟରେ ତାଙ୍କ ସୋସିଆଲ ମିଡିଆରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ହିନା ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ସେଲଫି ପୋଷ୍ଟ କରିଛନ୍ତି । ଏହି ସେଲଫିରେ ହିନା ପାଉଟ୍ କରୁଥିବାର ନଜର ଆସିଛନ୍ତି । ଫଟୋ ପୋଷ୍ଟ କରି ହିନା ଲେଖିଛନ୍ତି, ଭଲପାଇବା ବିସ୍ତାର କର । ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଣଙ୍କୁ ଏକ ଦର୍ପଣ ମିଳେ ତେବେ ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ । ତେବେ ସେ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।