You are currently viewing ପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ କେବେବି ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ଵୀକାର କରିନାହାଁନ୍ତି। କିନ୍ତୁ ସେମାନଙ୍କ ଭିଡିଓ ପ୍ରାୟତଃ ସୋସାଲ ମିଡିଆରେ ଭାଇରାଲ ହୁଏ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଏଥୁରୁ ଅନେକ ଲୋକ ଅନୁମାନ କରନ୍ତି ଯେ ଉଭୟ ପରସ୍ପରଙ୍କ ପ୍ରେମରେ ପଡିଛନ୍ତି । ବର୍ତ୍ତମାନ ଉଭୟଙ୍କ ଏକ ଭିଡିଓ ସୋସାଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳୁଥିବାରୁ ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରିବା ସହ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।

ସେୟାର ହୋଇଥ‌ିବା ଏହି ଭିଡିଓ ଏକ ରେଷ୍ଟୁରାଣ୍ଟର ବୋଲି ଅନୁମାନ କରାଯାଉଛି। ଏଠାରେ ଦୁହେଁ ଠିଆ ହୋଇଥିବା ବେଳେ ପରସ୍ପରଙ୍କ ହାତ ଧରିଛନ୍ତି। ଅନନ୍ୟା ଆଦିତ୍ୟଙ୍କ କାନ୍ଧରେ ମୁଣ୍ଡ ରଖୁଥିବାର ନଜର ଆସିଛନ୍ତି। ଏହି ସମୟରେ ଆଦିତ୍ୟ ସାମ୍ନାରେ ଥିବା ଅନ୍ୟ କାହା ସହ କଥା ହେଉଥିବା ଦେଖିବାକୁ ମିଳୁଛି। ତେବେ ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେ ଏକାଠି ବୁଲିବା ବା ନଜର ଆସିବା ଏହା ନୂଆ କଥା ନୁହେଁ। ଏହା ପୂର୍ବରୁ ସେମାନେ ଅନେକ ଥର ଯାତ୍ରାକରିବା ଏବଂ ଏକାଠି ଛୁଟି କାଟୁବାର ଦେଖିବାକୁ ମିଳିଛି । ତେବେ ସେମାନଙ୍କ ଭିତରେ ଗୁପ୍‌ଚୁପ୍ ପ୍ରେମ ଅଛି କି ନାହିଁ ତାହା ସମୟ କହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।