ଭାରତର ପ୍ରଥମ ସୁପର ହିରୋ ଫିଲ୍ମ ପାଇଁ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା କୈଫ୍‌, ଜାନୁଆରୀରେ ଆରମ୍ଭ ହେବ ସୁଟିଂ

କ୍ୟାଟ୍ରିନା କୈଫ୍ ତାଙ୍କ ବେଷ୍ଟ ଫ୍ରେଣ୍ଡ ଅଲ୍ଲୀ ଆବାସ୍ ଜଫରଙ୍କ ସହ ମିଶି ସୁପରହିରୋ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହା ଶୁଣି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଇଚ୍ଛୁକତା ବଢ଼ିଯାଇଥିବାର ନଜରକୁ ଆସଛି । ଏହି ଫିଲ୍ମଟି କିଭଳି ହେବ ଏବଂ କେଉଁ ପ୍ରକାରରେ ଏହା ଉପରେ କାର୍ଯ୍ୟ କରାଯିବ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ମଧ୍ୟରେ ଅଲ୍ଲୀ ଆବାସ ଜଫର ଇଣ୍ଟରନାସନାଲ ଟିମକୁ ଏହି ଫିଲ୍ମରେ ନେବା ପାଇଁ ଦୁବାଇ ଯାଇଛନ୍ତି । ଅଲ୍ଲୀ ନିଜ ଟିମ ସହ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଦୁବାଇ ସିପ୍ଟ ହୋଇଯାଇଛନ୍ତି ଯାହା ଦ୍ୱାରା ସେ ନିଜ ଫିଲ୍ମ ପାଇଁ ପ୍ରସ୍ତୁତି କରିପାରିବେ । ଅଲ୍ଲ୍ଲୀ ଏକ ଇଣ୍ଟରଭିଉରେ କହିଛନ୍ତି ଯେ, କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ନିଜର ଫିଜିକାଲ ଟ୍ରେନିଙ୍ଗ ନେଉଛନ୍ତି । କ୍ୟାଟ୍ରିନା ତାଙ୍କର ଅନ୍ୟ କମିଟମେଣ୍ଟ ପୁରା କରିସାରିବା ପରେ ହିଁ ଏହି ଫିଲ୍ମର ସୁଟିଂ ଜାନୁଆରୀରେ ଆରମ୍ଭ କରାଯିବ ।

Leave A Reply

Your email address will not be published.