ନୂଆଦିଲ୍ଲୀ, ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ଶେଷ ଫିଲ୍ମକୁ ଆଗାମୀ ବର୍ଷ ରିଲିଜ କରାଯିବ । ଏନେଇ ଟୁଇଟ ଯୋଗେ ଜଣାଇଛନ୍ତି ଜଣାଶୁଣା ସମୀକ୍ଷକ ତରନ ଆଦର୍ଶ । ଇରଫାନଙ୍କ ଏହି ଫିଲ୍ମଟିର ନାମ ହେଉଛି ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’ । ଫିଲ୍ମଟି ପାନୋରାମା ସ୍ପଟଲାଇଟ ଆଣ୍ଡ 70ଏମ୍ଏମ୍ ଟକିଜ ପକ୍ଷରୁ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି ଅନୁପ ସିଂ । ଇରଫାଳଙ୍କ ବ୍ୟତୀତ ଅଭିନେତ୍ରୀ ଗୋଲସିପ୍ଟ ଫାରାହାନି ଏବଂ ୱାହିଦା ରହମାନ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି କେବଳ 2017ରେ ସୁଇଜର ଲ୍ୟାଣ୍ଡରେ 70ତମ ଲୋକାର୍ନୋ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା । କହିରଖୁଛୁ ଯେ, ଫିଲ୍ମଟି ସିନେମା ହଲରେ ରିଲିଜ ହୋଇନାହିଁ ତେବେ ଇରଫାନଙ୍କ ସ୍ମୃତିରେ ତାଙ୍କର ଶେଷ ଫିଲ୍ମକୁ ଇରଫାନଙ୍କ ଫ୍ୟାନ୍ସମାନଙ୍କ ପାଇଁ ହଲରେ ରିଲିଜ କରାଯିବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ