କିଛି ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି କପିଲ୍ ଶର୍ମା!

ପ୍ରଶଂସକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କପିଲ୍ ଶର୍ମାଙ୍କ ଲୋକପ୍ରିୟ ଶୋ ପୁଣି ଥରେ ଆରମ୍ଭ ହୋଇଛି । ଲକ୍‌ଡ଼ାଉନ୍ କାରଣରୁ ପ୍ରଶଂସକ ମାନେ ଶୋ କୁ ବହୁତ ମିସ୍ କରୁଥିଲେ । କିନ୍ତୁ ଏବେ ଏହି ଶୋକୁ ସମସ୍ତେ ଉପଭୋଗ କରୁଛନ୍ତି । ‘ଦ କପିଲ୍ ଶର୍ମା ଶୋ’ ମାଧ୍ୟମରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିବା କପିଲ୍ ଶର୍ମା ଙ୍କୁ ଖୁବ୍ ଶୀଘ୍ର ଅନ୍ୟ ଏକ ପ୍ରେଜେକ୍ଟରେ ଦେଖିବାକୁ ମିଳିବ । ଇନ୍‌ଷ୍ଟାଗ୍ରାମ୍ ର ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । ଏହା ଭିଏଫଏକ୍ସ ପ୍ରଭାବ ଦ୍ୱାରା ହୋଇପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.