୨୭ ସେପ୍ଟେମ୍ବର ଡଟରର୍ସ ଡେ’ ଅବସରରେ ବହୁ ବଲିଉଡ କଳାକାର ନିଜ ନିଜ ଝିଅଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ଝିଅ ପ୍ରତି ଥିବା ଭଲପାଇବାକୁ ଜଣାଇଥିଲେ । କପିଲ୍ ଶର୍ମା ମଧ୍ୟ ନିଜ ଝିଅ ଅନାୟାରାଙ୍କ ସହ ୨ଟି ଫଟୋ ସେୟାର କରିଥିଲେ । ପ୍ରଥମ ଫଟୋଟିରେ କପିଲ ଅନାୟାରାଙ୍କୁ କିସ୍ କରୁଥିଲେ ଏବଂ ଅନାୟାରା କ୍ୟାମେରାକୁ ଅନେଇ ପୋଜ୍ ଦେଇଥିବାର ନଜର ଆସିଥିଲେ ।
ଦ୍ୱିତୀୟ ଫଟୋରେ ତାଙ୍କ ଝିଅର ଷ୍ଟାଇଲିସ୍ ଅନ୍ଦାଜ୍ ଦେଖିବାକୁ ମିଳିଛି । ଫଟୋକୁ ସେୟାର କରି କପିଲ କ୍ୟାପସନ୍ ରେ ଲେଖିଛନ୍ତି ଯେ ‘ମେରି ଲାଡଲି ହମାରି ଜିନ୍ଦଗି କୋ ଅର୍ ଖୁବସୁରତ ବନାନେ କେ ଲିଏ ସୁକରିୟା’ । କହିରଖୁଛୁ ଯେ ଅନାୟାରା ୨୦୧୯ରେ ଜନ୍ମ ହୋଇଥିଲେ ।