Katrina-Kaif

ଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ମୁମ୍ବାଇ: ରଶ୍ମିକା ମନ୍ଦାନାଙ୍କ ପରେ ଡିପଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି କାଟ୍ରିନା କୈଫ। କାଟ୍ରିନାଙ୍କ ଆଗକୁ ଆସୁଥ‌ିବା ଟାଇଗର-୩ ଫିଲ୍ମର ଏକ ଦୃଶ୍ୟକୁ ବିକୃତ କରାଯାଇ ଅପ୍‌ଲୋଡ୍ କରାଯାଇଛି। ଏହାକୁ ନେଇ ପୁଣିଥରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦୁର୍ବ୍ଯବହାର ଉପରେ ଚିନ୍ତା ସୃଷ୍ଟି ହୋଇଛି। ମୂଳ ଚିତ୍ରରେ କାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟ ୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଫଟୋକୁ ଡିଜିଟାଲ ଏଡିଟ୍ କିମ୍ବା ଡିପଫେକରେ ପରିବର୍ତ୍ତନ କରାଯାଇ କାଟ୍ରିନା କୈଫଙ୍କ ଟାୱଲ ବଦଳରେ କମ୍ କଟା ଧଳା ଟପ୍ ଏବଂ ମ୍ୟାଚ୍ ହେଉଥ‌ିବା ସର୍ଟ ସ୍କଟ୍ ଡ୍ରେସ୍ ରଖାଯାଇଛି।

ମନ୍ଦାନାଙ୍କ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣ ବ୍ୟବହାର କରାଯାଇ ମୁହଁର ଫଟୋ ଏବଂ ଭିଡିଓ ଏଡିଟ୍ କରାଯାଇଥିଲା। କାଟ୍ରିନାଙ୍କ ଫଟୋରେ ଯେଉଁପରି ଭାବେ ତାଙ୍କ ଡ୍ରେସ୍ -ଅପ୍ ଏଡିଟ୍ କରାଯାଇଛି ତାହା ଏଆଇରେ ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାନ୍ତିକର କଣ୍ଟେଣ୍ଟ୍ ପ୍ରସ୍ତୁତ କରାଯାଉଥିବାକୁ ଇଙ୍ଗିତ କରୁଛି। ସୋସାଲ ମିଡିଆରେ କାଟ୍ରିନାଙ୍କ ଡିପଫେକ ଫଟୋ ଉପରେ ଅନେକ ଉପଭୋକ୍ତା ଦ୍ରୁତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।