You are currently viewing ଆପଣ ଜାଣନ୍ତି କି? ସବୁଠୁ ଦାମୀ ଷ୍ଟାର ହେଲେ ରଜନୀକାନ୍ତ

ଆପଣ ଜାଣନ୍ତି କି? ସବୁଠୁ ଦାମୀ ଷ୍ଟାର ହେଲେ ରଜନୀକାନ୍ତ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଚନ୍ଦ୍ରମୁଖୀ, କାଲା ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା । ଚଳିତ ବର୍ଷ ୨୦୨୩ ମସିହାରେ ତାଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଏହି ସମୟରେ ବର୍ତ୍ତମାନ ଖବର ଆସିଛି । ରଜନୀକାନ୍ତ ଏସିଆର ହାଇଏଷ୍ଟ ପେଡ୍ ଅଭିନେତା। ଏହାର କାରଣ ହେଉଛି ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଫିସ୍ ମହଙ୍ଗା ହେବ। ଏହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୁପରଷ୍ଟାର ରଜନୀକାନ୍ତଙ୍କ ହାତରେ ଏବେ ଦୁଇଟି ବିଗ୍ ପ୍ରୋଜେକ୍ଟ ଅଛି। ସେଥୁମଧ୍ୟରୁ ଗୋଟିଏର ଟାଇଟଲ୍ ହେଉଛି ‘ଥାଲାଇଭର ୧୭୧’, ଯେଉଁଠାରୁ ସୁପରଷ୍ଟାରଙ୍କ ଫି ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇଛି । ତେବେ ସୁପରଷ୍ଟାର୍ ‘ଥାଲାଇଭର ୧୭୧’ ପାଇଁ ୨୬୦- ୨୮୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଯଦି ଏହା ସତ ହୁଏ ତାହେଲେ ରଜନୀକାନ୍ତ ଇତିହାସ ସୃଷ୍ଟି କରିବେ । କାରଣ ଏହି ଫି’ ତାଙ୍କୁ ଏସିଆର ସର୍ବାଧ‌ିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ପରିଣତ କରିବ। ରଜନୀକାନ୍ତ ଏସୀୟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ପ୍ରଥମ ନୁହେଁ । ଏହାପୂର୍ବରୁ ସେ ଜ୍ୟାକି ଚୈନଙ୍କ ଫି’କୁ ପଛରେ ପକେଇ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।