You are currently viewing କାମକୁଫେରିଛନ୍ତି କ୍ୟାଟ୍ରିନା, ସେୟାର କଲେ ପ୍ରସଂଶକଙ୍କ ପାଇଁ କୌତୁକ ଭରା ଫଟୋ

କାମକୁଫେରିଛନ୍ତି କ୍ୟାଟ୍ରିନା, ସେୟାର କଲେ ପ୍ରସଂଶକଙ୍କ ପାଇଁ କୌତୁକ ଭରା ଫଟୋ

କରୋନା ମହାମାରୀ କାରଣରୁ ବନ୍ଦ ହୋଇଯାଇଥିବା କାମକୁ ପୁଣି ଥରେ ଆରମ୍ଭ କରିଛନ୍ତି । ବଲିଉଡ ଅଭିନେତା ମାନେ ମଧ୍ୟ ନିଜ ନିଜ କାମ ଆରମ୍ଭ କରିସାରିଲେଣି ସେହିପରି କ୍ୟାଟ୍ରିନା କୈଫ୍ ମଧ୍ୟ ନିଜର କାମକୁ ଫେରିଛନ୍ତି । ଏହି କଥା ସେ ନିଜ ସୋସିଆଲ ମିଡିଆରେ ସେୟାର କରି ନିଜ ଫ୍ୟାନସ୍‌ଙ୍କୁ ଜଣାଇଛନ୍ତି । ଏହା ପରେ ତାଙ୍କର ଫ୍ୟାନ୍ସମାନଙ୍କ ଭିତରେ ଉତ୍ସାହ ଦେଖାଯାଇଛି । ଏକ ଫଟୋରେ ସେ ଦୁଇଜଣ ପିପିଇ କିଟ୍ ପିନ୍ଧା ବ୍ୟକ୍ତିଙ୍କ ସହ ନଜର ଆସୁଛନ୍ତି । ଏବେ ତାଙ୍କର କିଛି ପ୍ରମୁଖ ଚଳଚ୍ଚିତ୍ର ଲାଇନ୍ ଅପ ଅଛି । ପ୍ରଥମେ ସେ ଅ କ୍ଷୟ କୁମାରଙ୍କ ସହ ସୂର୍ଯ୍ୟବଂଶୀ କରିଛନ୍ତି । ଏବେ ସେ ଈଷାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଫୋନବୁଟ କରିବେ ଓ ପରେ ଅଲ୍ଲୀ ଆବାସ ଜଫରଙ୍କ ନିର୍ଦ୍ଦେଶନାରେ ଭାରତର ପ୍ରଥମ ଫିମେଲ ସୁପରାଷ୍ଟାର ଫିଲ୍ମ କରିବେ । କ୍ୟାଟ୍ରିନା ଏବଂ ଅଲ୍ଲୀ ଙ୍କ ଏହି ଫିଲ୍ମର ସୁଟିଂ ଜାନୁଆରୀ ମାସରୁ ଆରମ୍ଭ ହେବ ବୋଲି ଅଲ୍ଲୀ ଏକ ଇଣ୍ଟରଭିଉରେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।