You are currently viewing ମୋଦି ଓ ରଜନୀକାନ୍ତଙ୍କ ପରେ ଏବେ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ନଜର ଆସିବେ ଅକ୍ଷୟ କୁମାର

ମୋଦି ଓ ରଜନୀକାନ୍ତଙ୍କ ପରେ ଏବେ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ନଜର ଆସିବେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତେଲୁଗୁ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଫେମସ ସର୍ଭାଇବାଲ ଟିଭି ସୋ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ବିୟରଗ୍ରିଲ୍ସଙ୍କ ସହ ନଜର ଆସିବେ ଖିଲାଡ଼ି ହିରୋ ଅକ୍ଷୟ କୁମାର ।

ଅକ୍ଷୟ କୁମାର ନିଜର ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡ଼ିଓ ସେୟାର କରିଛନ୍ତି । ସେୟାର କରିଥିବା ଭିଡ଼ିଓରେ ଅକ୍ଷୟ କୁମାର ଓ ବିୟରଗ୍ରିଲ୍ସ, ଉଭୟ ଜଙ୍ଗଲରେ ଥିବା ଭୟଙ୍କର ପ୍ରାଣୀଙ୍କମାନଙ୍କୁ ସାହାସର ସହ ସାମ୍ନା କରୁଛନ୍ତି । ଅକ୍ଷୟ କୁମାର ଏହି ଭିଡ଼ିଓ ସେୟାର କରିବା ସମୟରେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି ଯେ, “ଆପଣମାନେ ଭାବୁଥିବେ ମୁଁ ଗୋଟେ ପାଗଳ, କିନ୍ତୁ ଗୋଟେ ପାଗଳ ହିଁ ଜଙ୍ଗଲକୁ ଯାଇ ପାରିବ ।”

https://www.instagram.com/p/CEI8E94HYya/

ଏହାକୁ ଦେଖିବାପରେ ଅକ୍ଷୟ କୁମାରଙ୍କ ଫ୍ୟାନ ଓ ଫଲୋୟରର୍ସଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଜଣାଇଦେବାକୁ ଚାହୁଁଛୁ ଯେ, ଅକ୍ଷୟ କୁମାରଙ୍କ ଏହି ଏପିସୋଡ଼ ଡିକ୍ସଭରୀ ଚ୍ୟାନେଲରେ ସେପ୍ଟେମ୍ବର ୧୧ ଓ ୧୪ ତାରିଖ ରାତି ୮ଟା ସମୟରେ ପ୍ରସାରଣ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।