You are currently viewing ଦୁବାଇରେ ‘ଲାଇଗର’ ଫିଲ୍ମ ପ୍ରମୋସନ୍

ଦୁବାଇରେ ‘ଲାଇଗର’ ଫିଲ୍ମ ପ୍ରମୋସନ୍

ଦୁବାଇ – (୨୯.୦୮.୨୦୨୨) : ସାଉଥ ଫିଲ୍ମର ଅଭିନେତାମାନେ ସେମାନଙ୍କ ଫିଲ୍ମ ପ୍ରମୋସନ୍କୁ ନେଇ ବ୍ୟସ୍ତ ରହୁଛନ୍ତି । ଗତ କାଲି ଇଣ୍ଡିଆ ପାକିସ୍ତାନର ମ୍ୟାଚ୍ ଦେଖିବା ପାଇଁ ଦୁବାଇରେ ପହଞ୍ଚିଥିଲେ ସାଉଥ ଷ୍ଟାର ଦେବରକୋଣ୍ଡା । ମ୍ୟଚ୍ ଦେଖିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ଦେବରକୋଣ୍ଡା ଇରଫାନ୍ ଫଠାନ୍ଙ୍କୁ ସାକ୍ଷାତ କରିଥିଲେ । ବର୍ତ୍ତମାନ ଫିଲ୍ମ ଲାଇଗର ସିନେମା ହଲରେ ଚହଳ ପକାଇଛି । ଟ୍ରଡିସନାଲ ଲୁକ୍ରେ ନଜରକୁ ଆସିଛନ୍ତି ବିଜୟ । ସେ ଏହି ଭିଡିଓରେ କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ଧର୍ମା ପ୍ରଡକ୍ସନ୍ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛି । ଯେଉଁଥିରେ ଦର୍ଶକ ତାଙ୍କ ଷ୍ଟାରକୁ ଦେଖିବା ପରେ ଉତ୍ସାହିତ ହେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।