ଫିଲ୍ମ ‘ଲକ୍ଷ୍ମୀ’ ପରେ କିନ୍ନରଙ୍କ ଉପରେ ଆଉ ଏକ ଫିଲ୍ମ

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପରେ କିନ୍ନରଙ୍କ ଉପରେ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି ମିଲିନ୍ଦ ସୋମନ । ମିଲିନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । ଫଟୋରେ ତାଙ୍କୁ ମହିଳାଙ୍କ ବେଶଭୂଷାରେ ଦେଖିବାକୁ ମିଳିଛି। ଆଖିରେ କଜଳ, ମୁହଁର ଗୋଟିଏ ପାର୍ଶ୍ୱରେ ସିନ୍ଦୁର ଏବଂ ନାକରେ ଏକ ବଡ଼ ନୋଥ ଲଗେଇଥିବା ଦେଖିବାକୁ ମିଳିଛି।
ମିଲିନ୍ଦ ତାଙ୍କ ଟ୍ୱିଟର କ୍ୟାପସନରେ ଲେଖିଛନ୍ତି, “ମୁଁ ଗତ କିଛି ଦିନ ମୁମ୍ବାଇ ନିକଟ କର୍ଜତରେ କଟାଇଥିଲି, ବର୍ତ୍ତମାନ ଚେନ୍ନାଇ ଯାଉଛି। ମୁଁ ଜାଣେ ଏହା ଏକ ପବିତ୍ର ଜିନିଷ ନୁହେଁ କିନ୍ତୁ ଯେତେବେଳେ ଆପଣ ଅଭିନୟ କରିବାର ସୁଯୋଗ ପାଇବେ, ସେତେବେଳେ ଆପଣଙ୍କୁ ପ୍ରଶ୍ନ ପଚାରିବାର ସମୟ ଏବଂ ସ୍ଥାନ ଅଛି ।”

Leave A Reply

Your email address will not be published.