You are currently viewing ଭାଇରାଲ ହେଲା ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ନୂଆ ଗୀତ ‘ଦୋ ଗଂଲ୍ଲା’

ଭାଇରାଲ ହେଲା ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ନୂଆ ଗୀତ ‘ଦୋ ଗଂଲ୍ଲା’

ନୂଆଦିଲ୍ଲୀ ୦୩/୧୧:  କଣ୍ଠଶିଳ୍ପୀ ନେହା କକ୍କର ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ନିକଟରେ ନେହା କକ୍କର ଏବଂ ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ଏକ ନୂଆ ଗୀତ ରିଲିଜ ହୋଇଛି। ‘ଦୋ ଗଂଲ୍ଲା’ ର ମୁକ୍ତିଲାଭ ସହିତ ଉଭୟଙ୍କ ଗୀତ ୟୁଟ୍ୟୁବରେ ରିଲିଜ ହୋଇଛି। ନେହା ପ୍ରଥମେ ଏହି ଗୀତ ବିଷୟରେ ସୂଚନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଗୀତର ବିଶେଷ କଥା ହେଉଛି କେବଳ ନେହା ନୁହେଁ ତାଙ୍କ ସ୍ୱାମୀ ରୋହନପ୍ରୀତ ମଧ୍ୟ ଏହି ଗୀତରେ ସ୍ୱର ଦେଇଛନ୍ତି। ପ୍ରଶଂସକମାନେ ଉଭୟଙ୍କ ଯୋଡିଙ୍କୁ ବହୁତ ପସନ୍ଦ କରୁଛନ୍ତି।

ଏହାପୂର୍ବରୁ ସେମାନେ ଏକାଠି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।ଏହି ଗୀତର ସଙ୍ଗୀତକୁ ରଜତ ନାଗପାଲ ଦେଇଛନ୍ତି ଏବଂ ଗ୍ୟାରି ସାନ୍ଧୁ ଏହି ଗୀତ ଲେଖିଛନ୍ତି। ନେହା କିଛି ଦିନ ପୂର୍ବରୁ ‘କଣ୍ଟା ଲାଗା’ ଗୀତ ରିଲିଜ୍ କରିଥିଲେ। ଏହି ଗୀତରେ ନେହାଙ୍କ ଗୀତ ସହିତ ଲୋକମାନେ ଏହି ନୃତ୍ୟକୁ ମଧ୍ୟ ପସନ୍ଦ କରିଥିଲେ । ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ନେହା ଏବଂ ରେହାନପ୍ରୀତଙ୍କ ଏହି ଯୋଡିର ନୂଆ ଗୀତକୁ ଲୋକମାନେ କେତେ ପସନ୍ଦ କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।