You are currently viewing ‘ଯୋଦ୍ଧା’ ରେ ନଜର ଆସିବେନି ସାହିଦ୍‌

‘ଯୋଦ୍ଧା’ ରେ ନଜର ଆସିବେନି ସାହିଦ୍‌

ମୁମ୍ବାଇ: ସାହିଦ କପୁର ଫିଲ୍ମ ଜର୍ସିର ରିମେକ କରିସାରିବା ପରେ ଏବେ ଡାଇରେକ୍ଟର ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଯୋଦ୍ଧା’ ରେ କାମ କରିବା ପାଇଁ ସାହିଦଙ୍କୁ ଚୟନ କରାଯାଇଥିଲା । ଏହି ଫିଲ୍ମରେ ଫିମେଲ କୋ ଷ୍ଟାର ଭାବେ ଦିଶା ପଟାନୀଙ୍କୁ ମନୋନୀତ କରାଯାଇଛି । ଫିଲ୍ମର ସୁଟିଂ ଆସନ୍ତା ଜାନୁଆରୀରୁ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି କରାଯାଇଥିଲା । ଏବେ ଏକ ବିଶେଷ ସୂଚନାରୁ ଜଣାପଡିଛି ଯେ, ସ୍କ୍ରିପ୍ଟ ଉପରେ ସାହିଦ ଏବଂ ଦଳର କିଛି ମତଭେଦର ପାର୍ଥକ୍ୟ ଯୋଗୁଁ ସାହିଦ ଏହି ଫିଲ୍ମରୁ ବାହାରି ଯିବାକୁ ଉଚିତ ମନେ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯେ, ଫିଲ୍ମରେ ଲିଡ ରୋଲରେ କିଏ ନଜର ଆସିବେ ?

ଅନ୍ୟମାନଙ୍କୁ ଜଣାନ୍ତୁ।