ପୁଣିଥରେ ଟିଭିରେ ନଜର ଆସିବେ ସେହେନାଜ ଗିଲ

ବିଗବସ ଫେମ ସେହେନାଜ ଗିଲଙ୍କ ବହୁତ ସାରା ଫ୍ୟାନ୍ସ ଅଛନ୍ତି ଯେଉଁମାନେ କି ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ପ୍ରତି ଖବର ଜାଣିବା ପାଇଁ ଇଚ୍ଛା କରିଥାନ୍ତି । ସେ ବିଗବସ୍ ର ସିଜନ ୧୩ ରେ ଭାଗ ନେଇ ଫେମସ ହୋଇଥିଲେ ଏବଂ ତାଙ୍କୁୁ ବିଗବସରେ ବହୁତ ସାରା ଭଲ ପାଇବା ମିଳିଥିଲା । ଏବେ ତାଙ୍କୁ ପୁଣି ଥରେ ଟିଭିରେ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେ ଏକ ଶୋ “ଶାନଦାର ରବିବାର” ମାଧ୍ୟମରେ ପୁଣି ଥରେ ଟିଭିକୁ ଫେରୁଛନ୍ତି । ଏହି ଶୋ ୧୫ ଅକ୍ଟୋବରଠାରୁ ଆରମ୍ଭ ହେବାକୁ ଯାଉଛି । ଶୋର ପ୍ରୋମୋ ମଧ୍ୟ ରିଲିଜ ହୋଇସାରିଛି । ଏହି ଶୋ ରେ ସେହେନାଜଙ୍କ ବ୍ୟତୀତ ଭାରତୀ ସିଂ ଏବଂ ହର୍ଷ ମଧ୍ୟ ନଜର ଆସିବେ । ଏହାକୁ ପ୍ରତି ରବିବାର ଦ୍ୱିପ୍ରହର ୧୨ରେ ପ୍ରସାରଣ କରାଯିବ ।

Leave A Reply

Your email address will not be published.