You are currently viewing ବଲିଉଡ୍ ନାୟିକା ଦୀପିକାଙ୍କ ସମ୍ପର୍କରେ କିଛି…

ବଲିଉଡ୍ ନାୟିକା ଦୀପିକାଙ୍କ ସମ୍ପର୍କରେ କିଛି…

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ନ୍ୟାସନାଲ ଜିଓଗ୍ରାଫିକ୍ ସୋ, ମେଗା ଆଇକନ୍ସ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ନିଜର ବଲିଉଡ୍ ଯାତ୍ରା ସମ୍ପର୍କରେ କିଛି ତଥ୍ୟ ବାଣ୍ଟିବାକୁ ଯାଉଛନ୍ତି । ଚ୍ୟାନେଲ୍ ତରଫରୁ ଏକ ଟିଜର ରିଲିଜ୍ ହୋଇଛି । ଯେଉଥିରେ ଦୀପିକା କିଭଳି ଏକ ଲଜ୍ୟାଜନକ ମହିଳାରୁ ଅନ୍‌ସ୍କିନ୍ ରେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ପାରିଛନ୍ତି ସେ ବିଷୟରେ ଦେଖାଯାଇଛି । ସେ କହିଛନ୍ତି ଯେ ତାଙ୍କର ଲଜ୍ଜାପଣ ତାଙ୍କର ଅଭିନୟ ବାଟରେ ଆସିଥିଲା । କକ୍‌ଟେଲ୍ ତାଙ୍କୁ କ୍ୟାମେରା ସାମ୍ନାରେ ନିଜକୁ ମୁକ୍ତ କରିବା ପାଇଁ ସାହାର୍ଯ୍ୟ କରିଥିଲା ।

ଟିଜର ସେୟାର କରି ଲେଖିଛନ୍ତି ଯେ “ଜଣେ ଭଲ ଅଭିନେତା ଏବଂ ଜଣେ ମହାନ୍ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ସରଳ, ନିଜ ଦୃଷ୍ଟିକୋଣ ଅନୁସାରେ”। ଦୀପିକା ପାଦୁକୋନଙ୍କ କାହାଣୀ ଯାହା ପୂର୍ବରୁ ଏଭଳି ଭାବେ କୁହାଯାଇନଥିଲା । ମେଗା ଆଇକନ୍ସର ଏକ ନୂତନ ସିଜନ୍ ଯାହା ୨୦ତମ ପ୍ରିମିୟର ନ୍ୟାସନାଲ ଜିଓଗ୍ରାଫିରେ ରିଲିଜ୍ ହେବ । ରଣବୀର ସିଂ କହିଛନ୍ତି ଯେ ‘ଦିପୀକା ଏକ ପ୍ରକାର ଭାବପ୍ରବଣ ଅଶାନ୍ତି ଦେଇ ଗତି କରୁଥିଲେ । ଏହା ତାଙ୍କ ଭିତରେ ଅଭିନୟକୁ ବିକଶିତ କରୁଥିଲା ଏବଂ ଏହା ଅଭିନୟ ମାଧ୍ୟମରେ ବାହାରକୁ ଆସିବା ଆରମ୍ଭ କରିଥିଲା । ଏବେ ରଣବୀର ସିଂ ଓ ଦିପୀକା ପାଦୁକୋନ ସେମାନଙ୍କ ପରବତ୍ତୀ ଚଳଚ୍ଚିତ୍ର ୮୩ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।