You are currently viewing ବଲିଉଡ ଅଭିନେତା ସୋନୁ ସୁଦ ପଞ୍ଜାବର ରାଜ୍ୟ ଆଇକନ

ବଲିଉଡ ଅଭିନେତା ସୋନୁ ସୁଦ ପଞ୍ଜାବର ରାଜ୍ୟ ଆଇକନ

ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ ଅଭିନେତା ସୋନୁ ସୁଦ ପଞ୍ଜାବର ରାଜ୍ୟ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି । ଏଥିରେ ଲେଖାଥିଲା, “ଲୋକମାନଙ୍କର ପ୍ରକୃତ ହିରୋ ବର୍ତ୍ତମାନ ପଞ୍ଜାବର ରାଜ୍ୟ ଆଇକନ୍ – ସୋନୁ ସୁଦ” । ଜାରି ହୋଇଥିବା ଏହି ଅଧିକାରିକ ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ। ଯାହାକୁ ଭାରତ ନିର୍ବାଚନ ଆୟୋଗ ମଞ୍ଜୁରି ଦେଇଥିଲେ । ଅଭିନେତା କରୋନାଭାଇରସ୍ ଲକ୍ଡାଉନ୍ ମଧ୍ୟରେ ଲୋକଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ବ୍ୟବସ୍ଥା କରି ଅନେକ ପ୍ରବାସୀଙ୍କୁ ସାହାଯ୍ୟ କରିଛନ୍ତି । ଲକଡାଉନରେ କରିଥିବା କାମକୁ ନେଇ ସୋନୁ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକର ନାମ ‘ଆଇ ଆମ ନୋ ମସିହା’ ରହିଛି। ଏହି ପୁସ୍ତକ ଡିସେମ୍ବର ମାସରେ ଲଞ୍ଚ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।