କର୍କଟ ସହ ଲଢ଼ୁଛନ୍ତି ଅଭିନେତା, ଲୋଡିଲେ ସାହାର୍ଯ୍ୟ

ତାମିଲ ସିନେମାର ଜଣାଶୁଣା ଅଭିନେତା ଆଭାସି କର୍କଟ ରୋଗରେ ପିଡୀତ ଅଛନ୍ତି ଏବଂ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ । ସେ ଏକ ଭିଡିଓ ଜାରି କରି ବନ୍ଧୁ ଏବଂ ପ୍ରସଂଶକଙ୍କଠାରୁ ସାହାର୍ଯ୍ୟ ଲୋଡିଛନ୍ତି । ତାଙ୍କୁ ଭିଡିଓରେ ଚିହ୍ନିବା ବହୁତ କଷ୍ଟକର । କର୍କଟ ରୋଗ ଯୋଗୁ ସେ ଦୁର୍ବଳ ଏବଂ ବହୁତ ପତଳା ହୋଇଯାଇଛନ୍ତି । ସେ ଏ ପର୍ଯ୍ୟନ୍ତ ସାଉଥ ଇଣ୍ଡିଆନ ଫିଲ୍ମର ବହୁତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।


ଭିିଡିଓରେ ଆଭାସି କହିଛନ୍ତି ଯେ, ‘ମୋର ସିନେମାରେ ୩୦ ବର୍ଷରୁ ଅଧିକ କ୍ୟାରିୟର ରହିଛି। ମୁଁ କେବେ ଭାବି ନ ଥିଲି ଯେ ମୁଁ ଏଭଳି ରୋଗର ଶିକାର ହେବି। ମୁଁ କିଛି ବି କରିପାରୁ ନାହିଁ ଏପରିକି ସଠିକ୍ ଭାବେ କଥାବାର୍ତ୍ତା କରିବାକୁ ମଧ୍ୟ ସକ୍ଷମ ନୁହେଁ। ମୁଁ ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସାଥୀ କଳାକାର ଏବଂ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଯାହାଫଳରେ ମୁଁ ଏଥିରୁ ମୁକ୍ତି ପାଇ ପୁନର୍ବାର କାମ କରିପାରିବି।’

Leave A Reply

Your email address will not be published.