madhuri

କ୍ୟାନସର ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ମାଧୁରୀଙ୍କ ପୁଅ ରେୟାନ, ଦେଖନ୍ତୁ ଭିଡ଼ିଓ

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସମାନଙ୍କ ସହ ନିଜର ଫଟୋ ,ଏବଂ ଭିଡ଼ିଔଓ ସେୟାର କରିଥାନ୍ତି । ଏସବୁ ମଧ୍ୟରେ ମାଧୁରୀ ଏଥର ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ମାଧୁରୀଙ୍କ ପୁଅ ରେୟାନ ନଜର ଆସିଛନ୍ତି । ଭିଡ଼ିଓରେ ରେୟାନ ନିଜର ଲମ୍ବା କେଶ କାଟୁଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ରେୟାନ ଲମ୍ବା କେଶ କାଟିବାର କାରଣ ମାଧୁରୀ ଫ୍ୟାନ୍ସମାନଙ୍କ ସହ ସେୟାର କରିବା ସହ ପୁଅର ତାରିଫ୍ କରିଛନ୍ତି ।

ଏହି ଭିଡ଼ିଓକୁ ମାଧୁରୀ ଦୀକ୍ଷିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି, “ପ୍ରତ୍ୟେକ ହିରୋ କ୍ୟାପ୍ ପିନ୍ଧିନଥାନ୍ତି. . . କିନ୍ତୁ ମୋ ପୁଅ ପିନ୍ଧେ । ରାଷ୍ଟ୍ରୀୟ କ୍ୟାନସର ଦିବସରେ ଆପଣମାନଙ୍କ ସହ କିଛି ସେୟାର କରିବାକୁ ଚାହୁଁଛି । ରେୟାନ ଯେତେବେଳେ ବି କ୍ୟାନସର ପିଡ଼ୀତଙ୍କୁ କେମୋ ଥେରେପି ନେବାକୁ ଯାଉଥିବାର ଦେଖେ, ସେହି ସମୟରେ ତା ମନ ଦୁଃଖ ହୋଇଯାଏ । ଏହି କାରଣରୁ ମୋ ପୁଅ କ୍ୟାନସର ସୋସାଇଟିକୁ କେଶ ଦାନ କରିବାକୁ ନିଷ୍ପତି କରିଛି । ଆମେ ମାତା-ପିତା ତା’ର ଏଭଳି ନିଷ୍ପତି ପାଇଁ ଖୁବ୍ ଗର୍ବିତ ।”

https://www.instagram.com/reel/CV-U2jIg6kI/?utm_source=ig_web_copy_link

ଆଗକୁ ମାଧୁରୀ କହିଛନ୍ତି, “ଗାଇଡଲାଇନ୍ ଅନୁଯାୟୀ ରେୟାନ ୨ ବର୍ଷ ପର୍ଯ୍ୟନ୍ତ ନିଜର କେଶ କାଟିନି । କାରଣ ଯେପରି ସେ କେଶକୁ ଲମ୍ବା କରିପାରିବ । ଯାହାଦ୍ୱାରା ରେୟାନ ଏହି କେଶ ଦ୍ୱାରା କ୍ୟାନସର ପିଡ଼ୀତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲା । ଆଜି ସେ ଏଥିପାରଇଁ ନିଜର କେଶ ମଧ୍ୟ ଦାନ କରିସାରିଛି । ଏନେଇ ଆମେ ବହୁତ୍ ଖୁସି ।”

ଅନ୍ୟମାନଙ୍କୁ ଜଣାନ୍ତୁ।